Skip to main content

Recent Post

EDUCATIONAL TECHNOLOGY

  EDUCATIONAL TECHNOLOGY 1 UNIT From the ancient abacus to handheld calculators, from slide projectors and classroom film strips to virtual reality and next-generation e-learning, educational technology continues to evolve in exciting new ways inspiring teachers and students alike. Technology is continually changing the way we work and play, create and communicate. So it's only natural that advancements in digital technology are also creating game-changing opportunities in the world of education. For teachers, technology is opening up new possibilities to enrich and stimulate young minds. Today, there is growing excitement around the potential for assistive technology, virtual and augmented reality, high-tech collaboration tools, gamification, podcasting, blogging, 3D printing, artificial intelligence, personalized learning and much more. Educational technology is a systematic and organized process of applying modern technology to improve the quality of education (efficie...

ଓଡିଆ ରଚନା ଗୁରୁ ଦିବସ

ପ୍ରାଚିନ ସମୟର ଗୁରୁ ପରମ୍ପରା

ପ୍ରାଚିନ କାଳରେ ଆମ ଦେଶ ଭାରତବର୍ଷରେ ଗୁରୁ ପରମ୍ପରାର ଏକ ସୁଦୃଢ ଭିତ୍ତିଭୂମି ରହିଥିଲା ା ବୈଦିକ କାଳରେ ଆର୍ଯ୍ୟମାନଙ୍କର ଏକ ଧାରଣା ଥିଲା ଯେ ବିନା ଗୁରୁରେ ବିଦ୍ୟା ଶିକ୍ଷା ଅସମ୍ଭବ ା ଗୁରୁ ଏବଂ ଶିଷ୍ୟ ଉଭୟଙ୍କର ସହଯୋଗରେ ବିଦ୍ୟା ଅର୍ଜନ କରାଯାଇଥାଏ ା ସେ ସମୟରେ ଗୁରୁ ଶିଷ୍ୟର ଛାତି ସ୍ପର୍ଶ କରି କହନ୍ତି- "ଆଜିଠାରୁ ଆମ ଦୁହିଁଙ୍କ ମଧ୍ୟରେ ଚିରନ୍ତନ ସ୍ନେହ ଓ ବିଶ୍ଵାସ ବିରାଜମାନ କରୁ" ା 'ଉପନୟନ' କର୍ମରେ 'ଅଶ୍ଚାରୋହଣ' ନାମକ ଏକ କର୍ମ ରହିଛି ା ଏହି କର୍ମରେ ଶିଷ୍ୟକୁ ଗୋଟିଏ ଶିଳ ଉପରେ ଚଢିବାକୁ ହୁଏ ା ଏହାର ଅର୍ଥ ହେଉଛି ଗୁରୁ ସେତେବେଳେ ଶିଷ୍ୟକୁ ପଥର ଭଳି ମନକୁ ସୁଦୃଢ କରିବା ପାଇଁ ଉପଦେଶ ପ୍ରଦାନ କରନ୍ତି ା ବ୍ରହ୍ମଚର୍ଯ୍ୟାଶ୍ରମ ପରେ ଗୁରୁଙ୍କ ଆଶ୍ରମରେ ଶେଷ ସ୍ନାନ କରି ଶିଷ୍ୟ ସ୍ଵଗୃହକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ା ବ୍ରହ୍ମଚର୍ଯ୍ୟା ବ୍ରତ ପାଳନ ସମୟରେ ଶିଷ୍ୟ ମୁଣ୍ଡରେ ତେଲ ଲଗାଏ ନାହିଁ ା ସ୍ନାନ କରିବା ପରେ ବା ସ୍ନାତକ ହେବା ପରେ ଗୁରୁପତ୍ନୀ ତାଙ୍କୁ ବାସନା ତେଲ ଲଗାଇ ମୁଣ୍ଡ କୁଣ୍ଡାଇ ଭଲ ଲୁଗା ପିନ୍ଧାଇ ଦିଅନ୍ତି ା ଏହାହିଁ ଥିଲା ପ୍ରାଚୀନ କାଳର ଗୁରୁ ପରମ୍ପରା ା

ବର୍ତ୍ତମାନ ସମୟର ଗୁରୁ ପରମ୍ପରା

ପ୍ରାଚିନ କାଳରେ ଏତାଦୃଶ  ପରମ୍ପରା କିନ୍ତୁ ବର୍ତ୍ତମାନ ଆଉ ଦେଖିଵାକୁ ମିଳୁନାହିଁ ା ଗୁରୁ-ଶିଷ୍ୟ ଶିକ୍ଷାନୁଷ୍ଠାନ ମଧ୍ୟରେ ଆବଦ୍ଧ ା ଆମ ଦେଶର ପ୍ରତି ଶିକ୍ଷାନୁଷ୍ଠାନରେ ସେପ୍ଟେମ୍ଵର ମାସ ୫ ତାରିଖକୁ 'ଗୁରୁଦିବସ' ଭାବେ ପାଳନ କରାଯାଉଛି ା ଏହିଭଳି ଛାତ୍ରଛାତ୍ରୀମାନେ ଶିକ୍ଷକ ଶିକ୍ଷିକାମାନଙ୍କୁ ପୂଜା କରି ମହାନ୍ ଐତିହ୍ୟ ଓ ପରମ୍ପରାକୁ ପୁନର୍ଜୀବିତ କରିବାର ପ୍ରୟାସ କରନ୍ତି ା ଏହି ଦିନ ପ୍ରାଚୀନ ସମୟର ଗୁରୁ-ଶିଷ୍ୟ ପରମ୍ପରା, ଶିଷ୍ୟମାନଙ୍କର ଗୁରୁ ସହ ସମ୍ପର୍କ, ପ୍ରାଚୀନ ଶିକ୍ଷା ପ୍ରଣାଳୀ ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଏ ା ଭାରତୀୟ ଗୁରୁ ପରମ୍ପରାର ସ୍ମାରକୀ ସ୍ଵରୂପ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ଏହି ଦିବସକୁ ପାଳନ କରିଥାନ୍ତି ା ସେପ୍ଟେମ୍ଵର ମାସ ୫ ତାରିଖ ହେଉଛି ଆମ ଦେଶର ପୂର୍ବତନ ରାଷ୍ଟ୍ରପତି, ପ୍ରଖ୍ୟାତ ଦାର୍ଶନୀକ ସାର୍ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ ା ରାଧାକ୍ରିଷ୍ଣନ ଜଣେ ଆଦର୍ଶ ଶିକ୍ଷକ ଥିଲେ ା ଶିକ୍ଷା ଶିକ୍ଷକ ପଦ ସହିତ ଜଡ଼ିତ ବ୍ୟକ୍ତି ଭାରତର ସର୍ବଶ୍ରେଷ୍ଠ ପଦବୀ ମଣ୍ଡନ କରି ପାରିଥିଲେ ା ତେଣୁ ଶିକ୍ଷକମାନଙ୍କର ସମ୍ମାନ ପାଇଁ ତାଙ୍କର ଜନ୍ମ ଦିବସକୁ ଗୁରୁଦିବସ ଭାବେ ପାଳନ କରିବାକୁ ସେ ପରାମର୍ଶ ଦେଇଥିଲେ ା ତେଣୁ  ପ୍ରତିବର୍ଷ ତାଙ୍କର ଜନ୍ମ ଦିବସକୁ ଗୁରୁଦିବସ ଭାବେ ପାଳନ କରାଯାଇ ତାଙ୍କୁ ଯଥୋଚିତ ସମ୍ମାନ ପ୍ରଦର୍ଶନ କରାଯିବା ସହିତ ଗୁରୁ ପରମ୍ପରାର ମହାନତାକୁ ମଧ୍ୟ ସ୍ମରଣ କରାଯାଉଛି ା

ରାଧାକ୍ରିଷ୍ଣନଙ୍କ ଜୀବନାଲେଖ୍ୟ

ରାଧାକ୍ରିଷ୍ଣନ ୧୮୮୮ ମସିହା ସେପ୍ଟେମ୍ଵର ମାସ ୫ ତାରିଖ ଦିନ ମାଡ୍ରାସର ଚିରୁତ୍ତାଣିଠାରେ ଜନ୍ମ ଗ୍ରହଣ କରିଥିଲେ ା ଭେଲୋରର ବୁରହଦ କଲେଜରୁ ଏଣ୍ଟ୍ରାନ୍ ଓ ଏଫ୍. ଏ. ପାସ୍ କରିଥିଲେ ା ତତ୍ପରେ ମଡ୍ରାସର ଖ୍ରୀଷ୍ଟିଆନ କଲେଜରୁ ଦର୍ଶନରେ ପ୍ରଥମ ହୋଇ ସ୍ନାତକ ଶ୍ରେଣୀ ଇତ୍ତୀର୍ଣ୍ଣ ହୋଇଥିଲେ ା ଏହା ପରେ ବିଶ୍ଵବିଦ୍ୟାଳୟରେ ଦର୍ଶନଶାସ୍ତ୍ରରେ  ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇଥିଲେ ା  ୧୯୦୯ ମସହାରେ ମାଡ୍ରାସର ପ୍ରେସିଡେନ୍ସି କଲାଜରେ ଅଧ୍ୟାପକ ଭାବେ ଯୋଗଦାନ କରିଥିଲେ ା ଏହା ପରେ ମହୀଶୂର ବିଶ୍ଵବିଦ୍ୟାଳୟରେ ଦର୍ଶନ ବିଭାଗର ମୁଖ୍ୟ ଓ ୧୯୨୧ ମସହାରେ କଲିକତା ବିଶ୍ଵବିଦ୍ୟାଳୟରେ ଦର୍ଶନ ବିଭାଗର ମୁଖ୍ୟ  ଭାବେ ଯୋଗ ଦେଇଥିଲେ ା  ୧୯୨୬ ମସିହାରେ ହାର୍ଭାଡ ଠାରେ ଅନୁଷ୍ଠିତ ଅନ୍ତର୍ଜାତିକ ଦର୍ଶନ କଂଗ୍ରେସରେ ଭରତର ପ୍ରତିନିଧିତ୍ଵ କରି ଭାରତୀୟ ଦର୍ଶନତତ୍ତ୍ଵର ବ୍ୟାଖ୍ୟା କରିଥିଲେ ା ଆନ୍ଧ୍ର ବିଶ୍ଵବିଦ୍ୟାଳୟର କୁଳପତି ଭାବରେ ୧୯୩୧ ମସିହାରେ ଯୋଗଦେଇ ଥିଲେ ା ୧୯୩୯ ମସିହାରେ ବନାରସି ହିନ୍ଦୁ  ବିଶ୍ଵବିଦ୍ୟାଳୟରେ କୁଳପତି ରୂପେ ମନୋନୀତ ହୋଇଥିଲେ ା  ୧୯୪୯ ମସିହାରେ ତାଙ୍କୁ ରୁଷିଆର ରାଷ୍ଟଦୂତ ଭାବେ ନିଯୁକ୍ତି କରାଯାଇଥିଲା ା ଏଥିପାଇଁ ତାଙ୍କୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଅନୁରୋଧ କରିଥିଲେ ା ୧୯୬୨ ମସିହାରେ ସେ ହେଲେ ଭାରତବର୍ଷର ଦ୍ଵିତୀୟ ରାଷ୍ଟପତି ା ୧୯୬୩ ମସିହାରେ ତାଙ୍କୁ ଇଂଲଣ୍ଡର ସର୍ବୋଚ ଉପାଧି 'order of merit' ପ୍ରଦାନ କରାଯାଇଥିଲା ା ୧୯୬୭ ମସିହାରେ ରାଷ୍ଟ୍ରପତି ପଦବୀରୁ ବିଦାୟ ନେଲେ ା ତାଙ୍କର କର୍ମମୟ ଜୀବନ, ଆଦର୍ଶ ଓ ନିଷ୍ଠା ଛାତ୍ର ସମାଜ ପାଇଁ ପ୍ରେରଣାର ଉତ୍ସ ା ତେଣୁ ତାଙ୍କର ପୁଣ୍ୟ ଜନ୍ମତିଥି ଗୁରୁ ଦିବସ ଭାବେ ପାଳିତ ହୋଇଥାଏ ା

ଉପସଂହାର

ଛାତ୍ରର ଭବିଷ୍ୟତ ଗଠନର ଗୁରୁଦାୟିତ୍ଵ ଗୁରୁମାନଙ୍କର ହସ୍ତରେ ନ୍ୟସ୍ତ ା ଶତପଥ ବ୍ରହ୍ମାଣ୍ଡରେ ଜଣେ ଛାତ୍ର ଜ୍ଞାନୀ ହେବାକୁ ହେଲେ ଭଲ ବାପା, ଭଲ ମା, ଭଲ ଆଚାର୍ଯ ମିଳିବା ଆବଶ୍ୟକ ବୋଲି କୁହାଯଇଛି ା ଆଚାର୍ଯମାନେ ଶିଷ୍ୟକୁ କହିଥାନ୍ତି ଆମ୍ଭେମାନେ (ବାପା, ମା ଓ ଆଚାର୍ଯ) ଯେଉଁ ଯେଉଁ ସୁକାର୍ଯ କରୁଛୁ ତୁମେ ସେଗୁଡିକୁ ଅନୁସରଣ କର ା ତେଣୁ ଗୁରୁଙ୍କର ଆଶୀର୍ବାଦ ଶିଷ୍ୟକୁ ସର୍ବୋଚ୍ଚ ସ୍ଥାନରେ ପହଞ୍ଚାଇଥାଏ ା ଗୁରୁକ଼ୃପା ଲାଭକରି ଶିଷ୍ୟ ଯଶସ୍ଵୀ ହୁଏ ା

*****


Related Posts:-

ଓଡିଆ ରଚନା ଶିଶୁ ଦିଵସ


Comments

Post a Comment

Thanks for commenting